ବ୍ରହ୍ମପୁର ରେଳ ଷ୍ଟେସନ୍ରେ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ୟମ ଆରମ୍ଭ ।

YouTube video

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ କରୋନା ଭୂତାଣୁ ସମ୍ପର୍କରେ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ସଚେତନତା ଜାରି ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଶୁକ୍ରବାର ଜିଲ୍ଳାପାଳ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରି ସାରା ବିଶ୍ୱରେ ବ୍ୟାପୁଥିବା କରୋନା ଭୁତାଣୁ ପାଇଁ ଟ୍ରେନ୍ରେ ଆସୁଥିବା ଯାତ୍ରୀଙ୍କୁ କିପରି ସଚେତନ କରାଯାଇପାରିବ ସେଥିନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଷ୍ଟେସନ୍ ପରିସର ସଦା ସର୍ବଦା ପରିସ୍କାର ରଖିବା ପାଇଁ ସେ ଏଠାରେ ପରାମର୍ଶ ଦେଇଥିଲେ । ସେହିପରି ସ୍ୱତନ୍ତ୍ର କାଉଣ୍ଟର ମାଧ୍ୟମରେ ଜନସାଧାରଣ ଓ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ । ସମସ୍ତେ ମାସ୍କ ପିନ୍ଧିବା ସହ ଏଥିନେଇ ସଚେତନ ରହିବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ଷ୍ଟେସନ ଅଧିକ୍ଷକ, ଆର୍ପିଏଫ୍ ଓ ଜିଆର୍ପିର ଥାନାଧିକାରୀ ଉପସ୍ଥିତ ଥିଲେ ।