
ଓଡ଼ିଶାରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସିନେମା ହଲ୍ ଓ ସଭା ସମିତିକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ପରୀକ୍ଷା ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରକାଶ କରିଛନ୍ତି । କରୋନାକୁ ରାଜ୍ୟ ସରକାର ବଡ଼ ବିପର୍ଯ୍ୟୟ ଘୋଷଣା କରିବା ପରେ ଏବେ ସବୁ ବିଭାଗ ତପ୍ତର ହୋଇ ଉଠିଛି । ସ୍ୱାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଯାଏଁ ସମସ୍ତେ ଏହି ଭୂତାଣୁର ମୁକାବିଲା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।






