ବରିଷ୍ଠ ନାଗରିକ ମଂଚ ତରଫରୁ ଷ୍ଟେସନ୍ରୋଡ଼ଠାରେ ଯାତ୍ରୀଙ୍କୁ କରୋନା ଭୁତାଣୁ ସଂପର୍କରେ ସଚେତନା ।

YouTube video

ବରିଷ୍ଠ ନାଗରିକ ମଂଚ ତରଫରୁ ଗୁରୁବାର ଷ୍ଟେସନ୍ରୋଡ଼ଠାରେ କରୋନା ଭୁତାଣୁ ସଂପର୍କରେ ଯାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ସଭାପତି ତ୍ରିନାଥ ମହାରଣା ନେତୃତ୍ୱ ନେଇଥିଲେ । ଜନସାଧାରରଙ୍କୁ ଥଣ୍ଡା, କାସ ଓ ଚିଂକ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ସେହିପରି ଅନ୍ୟାନ୍ୟ ଅଂଚଳରେ ମଧ୍ୟ ମଂଚ ତରଫରୁ ଏପରି ସଚେତନ କରାଯାଇଥିଲା । ଏଥିରେ ଉପସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ କିଶୋର ଚନ୍ଦ୍ର ବ୍ରହ୍ମା, ବଦ୍ରି ପ୍ରସାଦ ପାତ୍ର, ପୁର୍ଣ୍ଣଚନ୍ଦ୍ର ଚୌଧୁରୀ, ରବିନ୍ଦ୍ର ନାଥ ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ, ସୀମାଂଚଳ ପତି, ସରିତା ପଣ୍ଡା, ଝିଲିରାଣୀ ସାବତ, ସାଗରିକା ପଟନାୟକ, ପ୍ରଦୀପ ପଣ୍ଡା, ଗୌରୀ ଶଙ୍କର ମହାନ୍ତି, ରାଜ କିଶୋର ସ୍ୱାଇଁ, ସୁବାସ ଚନ୍ଦ୍ର ନାୟକ ଓ କୃଷି ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ୫ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଏହି କର୍ମକର୍ତ୍ତାମାନେ ସହଯୋଗ କରୁଛନ୍ତି ।