
ବ୍ରହ୍ମପୁର ମହାନଗର ନିଗମ ତରଫରୁ ବୁଲା ଗାଇ ଗୋରୁଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଉଛି । ଏପରି କାର୍ଯ୍ୟ କରାଯାଉଥିଲେ ମଧ୍ୟ ଦିନକୁ ଦିନ ମହାନଗରର ବିଭିନ୍ନ ଅଂଚଳରେ ବୁଲା ଗାଇ ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବହୁ ସାହି ବାସିନ୍ଦା ବୁଲା ଗାଇଗୁଡ଼ିକଠାରୁ କ୍ଷୀର ଆଦାୟ କରି ଭଲ ବ୍ୟବସାୟ କରୁଥିବାବେଳେ ଏମାନଙ୍କ ଯତ୍ନ ନନେଇ ଏପରି ରାସ୍ତାକୁ ଛାଡ଼ିଦେଉଥିବା ଅଭିଯୋଗ ହୋଇଛି । ଫଳରେ ବହୁ ଗାଇ ରୋଗଗ୍ରସ୍ତ ହେବା ସହ ଦୁର୍ଘଟଣାର ଶିକାର ହେଉଥିବା ପରିଲକ୍ଷିତ ହୋଇଛି । ତେବେ ବୁଲା ଗାଇଗୁଡ଼ିକୁ କାବୁ କରିବା ପାଇଁ ସଠିକ କୌଶଳ ଅବଲମ୍ବନ କରାଯାଉନଥିବା ଯୋଗୁଁ ଏହାକୁ ନେଇ କିଛି ଜନସାଧାରଣ ଅସଂତୋଷ ପ୍ରକାଶ କରିଛନ୍ତି ।






