Home Bam Crime ଗୋଦାବରୀଶ ନଗର ଯୁବକଙ୍କୁ ଅପହରଣ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ୨ ଜଣ ଗିରଫ...

ଗୋଦାବରୀଶ ନଗର ଯୁବକଙ୍କୁ ଅପହରଣ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ୨ ଜଣ ଗିରଫ ।

YouTube video

ଗୋଦାବରୀଶ ନଗର ନିବାସୀ ୨୬ ବର୍ଷୀୟ ସୁବାସିଷ ପାତ୍ରଙ୍କୁ ଅପହରଣ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ପୋଲସରା ନିବାସୀ ତଥା ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନରେ ରହୁଥିବା ୨୫ବର୍ଷୀୟ ବାଲାଜୀ ବେହେରା ଏବଂ ୨୨ ବର୍ଷୀୟ ଶିବାଜୀ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ବାଲାଜୀ ଓ ଶିବାଜୀ ସୁବାଶିଷଙ୍କୁ ଗତ ୭ ତାରିଖ ଦିନ ୧୧ଟାରୁ ସିଟି ହାଇସ୍କୁଲ ରୋଡ଼ଠାରୁ ଅପହରଣ କରି ତାଙ୍କ ପରିବାରକୁ ୩ଲକ୍ଷ ୪୦ହଜାର ଟଙ୍କା ଦାଦାବଟି ମାଗିଥିବା ନେଇ ସୁବାଶିଷଙ୍କ ମାତା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକ୍ରମେ ପୋଲିସ ୨ଜଣଙ୍କୁ ଗିରଫ କରିଥିବା ଏସ୍ଡିପିଓ ବିଷ୍ଣୁପତି ସୁଚନା ଦେଇଛନ୍ତି ।