ଏମ୍କେସିଜି ମେଡ଼ିକାଲ୍ରେ ପ୍ରସୁତି ଓ ଚକ୍ଷୁ ବିଭାଗରେ କ୍ୟାବିନ ଫିସ୍ ୫ଗୁଣ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ ଅଲ୍ ଅଣ୍ଡିଆ ଡିୱାଇଓ ତରଫରୁ ଶୋଭାଯାତ୍ରା ସହ ବିକ୍ଷୋଭ ।

YouTube video

ଏମ୍କେସିଜି ମେଡ଼ିକାଲ୍ରେ ପ୍ରସୁତି ଓ ଚକ୍ଷୁ ବିଭାଗରେ କ୍ୟାବିନ ଫିସ୍ ୫ଗୁଣ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ଅଲ୍ଟ୍ରାସାଉଣ୍ଡ୍ ସେବାକୁ ପିପିପି ମୋଡ୍ରେ କରାଇବାର ଷଡ଼ଯନ୍ତ୍ର ବାତିଲ କରିବା ସହ ସରକାରୀ ଉଦ୍ୟଗୋରେ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏବଂ ଆବଶ୍ୟକ ସଂଖ୍ୟକ ଡାକ୍ତର ନର୍ସ, କର୍ମଚାରୀ ଓ ଟେକ୍ନିସିଆନ୍ଙ୍କୁ ସ୍ଥାୟୀ ଭିତ୍ତିରେ ତୁରନ୍ତ ନିଯୁକ୍ତି କରିବା ଦାବିନେଇ ଅଲ୍ ଅଣ୍ଡିଆ ଡିୱାଇଓ ତରଫରୁ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କମାପଲ୍ଳୀ ଛକ ନିକଟରୁ ଡିୱାଇଓର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଯାଇ ବଡ଼ ଡାକ୍ତରଖାନା ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏ ସଂକ୍ରାନ୍ତରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରାଯାଉ ବୋଲି ଏଠାରେ ଡିୱାଇଓ ତରଫରୁ ବ୍ରହ୍ମପୁର କମିଟି ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଧୁସୁଦନ ଦାସ, ଶ୍ରିନିବାସ ରାଓ, କ୍ରୀଷ୍ଣା ରେଡ୍ଡୀ, ସମୀର ନାୟକ, ଗୀତାଂଜଳୀ ଦାସ, ଏନ୍.ସ୍ୱାତୀ ରେଡ୍ଡୀ, ଦିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।