ଗଂଜାମ ଜିଲ୍ଲାପାଳଙ୍କ ମହାନଗରର ସ୍ୱଛତା ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ, ଆବର୍ଜନା ଯୋଗୁଁ ଦେଶୀମଦ ଭାଟିକୁ ଏକ ଲକ୍ଷ ଟଙ୍କା ଓ ଅନ୍ୟ କେତେକ ଦୋକାନକୁ ଜରିମାନା ପାଇଁ ନିର୍ଦ୍ଧେଶ ।

YouTube video

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଗୁରୁବାର ପଲିଥିନ ଓ ଅଳିଆ ଆବର୍ଜନା ପକାଇବା ସହ ଅସନା କରିବା ଅଭିଯୋଗରେ କେତେକ ବ୍ୟବସାୟୀଙ୍କ ଉପରେ ଜରିମାନା ଆଦେଶ ଦେଇଛନ୍ତି । ସେ କର୍ପୋରେସନ ରୋଡ଼ଠାରେ ଥିବା ଏକ ଦେଶୀମଦ ଭାଟିକୁ ଅଳିଆ ଆବର୍ଜନା ପକାଇବା ସହ ଅସନା କରିବା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଏଠାରେ ସାଇକେଲ୍ରେ ବୁଲି ସ୍ୱଛତା ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କେତେକ ସ୍ଥାନରେ ଏପରି ଜରିମାନା ଆଦେଶ ଦେଇଥିଲେ । ବହୁ ସାହିକୁ ଜିଲ୍ଲାପାଳ ପରିଦର୍ଶନ କରି ସାହିର ସଫେଇ କାର୍ଯ୍ୟ ନେଇ ଅଂଚଳବାସୀଙ୍କଠାରୁ ପଚାରି ବୁଝିଥିଲେ । ଏଥିରେ ନିଗମର କିଛି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ କିଛିଦିନ ପୂର୍ବେ ଜିଲ୍ଲାପାଳ ଷ୍ଟେସନରୋଡ଼ଠାରେ ଥିବା ଏକ ମଦ ଦୋକାନରେ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଉଥିବାବେଳେ ଏଥିରୁ କିଛି ବ୍ୟବସାୟୀ ଓ ଜନସାଧାରଣ ସଚେତନ ହେବେ ବୋଲି ଆଶା କରାଯାଇଛି ।