ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୪ତମ ଜୟନ୍ତୀ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଆନ୍ତଃ ୱାର୍ଡ କ୍ରିକେଟ ପ୍ରତିଯୋଗୀତା ।

YouTube video

ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୪ତମ ଜୟନ୍ତୀ ପାଳନ ଅବସରରେ ବୁଧବାର ବାଲୁଂକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୁର୍ବେଦ କଲେଜ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ସଂଜିତ ପାଣିଗ୍ରାହୀ, ତୁମ୍ବନାଥ ପଣ୍ଡା,ସଂଘମିତ୍ରା ଦଳେଇ, ବିଜୟ ଚନ୍ଦ୍ର ସାମଲ, ଧନଂଜୟ ରାଓ, ମୁକୁନ୍ଦ ଗୌଡ଼, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ,ଫାୟାଜ ଖାନ୍,ତ୍ରିପତି ପାତ୍ର, ଟି.ପ୍ରେମାଂଜଳୀ, ସୋନାଲୀ ଗନ୍ତାୟତ ରାଜେଶ୍ୱର ବେହେରା, ରାକେଶ ସାହୁ, ଅନୀଲ ନାୟକ, ସୁଇଟି ସାହୁ, ଅଜିତ ପଣ୍ଡା, ମଦନ ଦଳେଇ, ସୁର୍ଯ୍ୟକାନ୍ତ ସୁବୁଦ୍ଧି, ଚନ୍ଦ୍ର ମୋହନ ସାହୁ ଓ ମଳୟ ବିଶୋୟୀଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ମେଡ଼ିକାଲ କଲେଜ ଖେଳ ପଡ଼ିଆରେ ଆନ୍ତଃ ୱାର୍ଡ କ୍ରିକେଟ ପ୍ରତିଯୋଗୀତା କମାପଲ୍ଲୀ ଓ ନଟରାଜ ସିକ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।