
ବଡ଼ ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଜଣେ ଯୁବକଙ୍କୁ ଦେଶୀ ମଦ ଦୋକାନ ନିକଟରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ମାର୍ଥପେଟା ସାହିର ବାଲା ନାମକ ଜନୈକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଘଟଣାର ଖବର ପାଇ ବଡ଼ ବଜାର ଥାନା ପୋଲିସ ପହଂଚି ଆହତ ଯୁବକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରିବା ସହ ଏଥିନେଇ ତଦନ୍ତ ଜାରି ରଖିଛି ।






