
ଆସ୍କା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୧୦ଟି ମୋଟର ସାଇକେଲ୍, ୧୦ଟି ମୋବାଇଲ୍, ୮ଟି ତାସ୍ ପେକେଟ ଓ ନଗଦ ୧ଲକ୍ଷ ୪୧ହଜାର ୪ଶହ ଟଙ୍କା ଜବତ କରାଯାଇଛି । ଋଷିକୂଲ୍ୟା ନଦୀ ତଟ ସୁବର୍ଣ୍ଣେଶ୍ୱରୀ ମନ୍ଦିର ନିକଟରେ ଏପରି ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଆସିକା ଥାନା ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ସମସ୍ତ ଜୁଆଡ଼ି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।






