
ବ୍ରହ୍ମପୁର ମହାନଗରରେ ଗୃହ ଟିକସ ବୃଦ୍ଧି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିନେଇ ବୁଧବାର ବିଜେପି ଗଂଜାମ ଜିଲ୍ଲା ଶାଖା ତରଫରୁ ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ପରେ ପରେ ଏକ ଦାବିପତ୍ର ଆର୍ଡିସିଙ୍କ କାର୍ଯ୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ସୁନୀଲ ସାହୁ, ପ୍ରଭାତ ଷଡ଼ଙ୍ଗୀ, ଗୋପୀନାଥ ପଣ୍ଡା, ବିନାୟକ ରଥ, ମଦନ ପାତ୍ର, ରାଜେଶ ସାହୁ, ନିରଂଜନ ପାଣିଗ୍ରାହୀ, ଏସ୍.ରାଣୀ, ନମିତା ପଣ୍ଡା, ସୁର୍ଯ୍ୟନାରାୟଣ ନାହାକ, ଶରତ ସାହୁ, ସୁବାସିନି ପଟନାୟକ, ସୁନୀଲ ପାତ୍ର, ରାମ ପାତ୍ର, ପ୍ରଦୀପ ମିଶ୍ର, ସୁମନ ଶତପଥୀ, ଗୋବିନ୍ଦ ନାୟକ, ରୁତୁପର୍ଣ୍ଣା ପଣ୍ଡା, ପ୍ରଣବ ପଣ୍ଡା, ଭଗବାନ ଷଡ଼ଙ୍ଗୀ, ଶିବ ଅଧିକାରୀଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ସ୍ୱଛ ଭାରତ ପାଇଁ କୋଟି କୋଟି ଟଙ୍କା ଆସୁଥିବାବେଳେ ଏହାର ସଦୁପଯୋଗ ନକରି ଏହାକୁ ବିଭିନ୍ନ ଉପାୟରେ ହଡ଼ପ କରାଯାଉଥିବା ସ୍ମାରକପତ୍ରରେ ଅଭିଯୋଗ କରାଯାଇଥିଲା । ଅନ୍ୟ ପକ୍ଷରେ ସାଧାରଣ ପରିବାରଠାରୁ ସ୍ୱଛତା ନାଁରେ ବାର୍ଷିକ ୬ଶହ ଟଙ୍କା ଆଦାୟ କରାଯିବାର ଯୋଜନା ନେଇ ଏଠାରେ ପୂର୍ବତନ ବିଜେପି ସଭାପତି ପତି ଉଦ୍ବେଗ ପ୍ରକାଶ କରିଥିଲେ । ଚଳିତ ବର୍ଷ ବ୍ରହ୍ମପୁର ମହାନଗର ଉନ୍ନତି କରଣ ପାଇଁ ଆସିଥିବା ଓଡିଆର୍ପି ଟଙ୍କା ମଧ୍ୟରୁ ଶହେ କୋଟିରୁ ଅଧିକ ଟଙ୍କା ମହାନଗର ନିଗମ କାର୍ଯ୍ୟରେ ଲଗାଇ ନପାରିବାରୁ ଫେରିଯାଇଥିବା ଏଠାରେ ଅନୁରୁପ ଅଭିଯୋଗ କରାଯାଇଥିଲା । ତେଣୁ କାହା ସ୍ୱାର୍ଥରେ ନିଗମ ବ୍ରହ୍ମପୁରବାସୀଙ୍କଠାରୁ ଏପରି କର ଆଦାୟ କରିବା ଯୋଜନା କରିଛି ବୋଲି ଏଠାରେ କୁହାଯାଇଥିଲା । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ବର୍ଦ୍ଧିତ କର ଯୋଜନାକୁ ପ୍ରତ୍ୟାହାର କରିବାପାଇଁ ଦାବି ହୋଇଥିଲା ।






