
ରଂଗୁଣୀବନ୍ଧ ସାହିସ୍ଥିତ ଏକ ମୋବାଇଲ ଟାୱାର୍ରେ ବୁଧବାର ଅପରାହ୍ନରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଫଳରେ ମୋବାଇଲ ଟାୱାର ସମ୍ପୁର୍ଣ୍ଣଭାବେ ଜଳି ଯାଇଥିଲା । ଘଟଣାର ଖବର ପାଇ ବ୍ରହ୍ମପୁର ଦମକଳ ବାହିନୀ କର୍ମଚାରୀମାନେ ପହଂଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ । ଏହି ଟାୱାର୍ର ଆଖପାଖରେ ବହୁ ବାସଗୃହ ରହିଥିବାବେଳେ ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ମଧ୍ୟ ରହିଥିଲା । ଫଳରେ ଜନସାଧାରଣ ଭୟଭୀତ ହୋଇପଡ଼ିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ସଟ ସର୍କିଟ ଯୋଗୁଁ ଏପରି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି ।






