ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ପରିବେଶ ଏବଂ ସଡ଼କ ସୁରକ୍ଷାର ବାର୍ତ୍ତାନେଇ ଏକ ସାଇକେଲ ରାଲି ଆୟୋଜିତ ।

YouTube video

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ପରିବେଶ ଏବଂ ସଡ଼କ ସୁରକ୍ଷାର ବାର୍ତ୍ତାନେଇ ଏକ ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ହରିଡ଼ାଖଣ୍ଡିଠାରୁ ଏହି ରାଲି ବାହାରି ବଡ଼ବଜାର, ଉକ୍ରଳ ସିନେମା, ସାନବଜାର, ଗିରି ମାର୍କେଟ, ଗିରିଜା ଛକ, ପୁରୁଣା ବସ୍ଷ୍ଟାଣ୍ଡ ଓ କମାପଲ୍ଲୀ ଦେଇ ଇଂଜିନିୟରିଂ ସ୍କୁଲଠାରେ ଶେଷ ହୋଇଥିଲା । ଏଥିରେ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ନିରଂଜନ ଜେନା, ପ୍ରମୋଦ ମହାରଣା, ଆର୍.ମୁରଲୀ ମୋହନ, ସଂଜିତ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ପାଢ଼ୀ, କୈଳାସ ବିଶୋୟୀ, ଦୁର୍ଗା ପଣ୍ଡା, ବିଜୟ ସାମଲ, ଫାୟାଜ ଖାନ୍, ମୁକୁନ୍ଦ ଗୌଡ଼ ଓ କାହ୍ନୁ ପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।