
ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଅଂଚଳରୁ ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୋସାଇଁନୁଆଗାଁ ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏଥିନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତ ଯୁବକ ଜଣକ ଏକ ନାଲି ରଂଗର ସାର୍ଟ ସହ ଜିନ୍ ପେଣ୍ଟ ପରିଧାନ କରିଛନ୍ତି ।






