ବ୍ରହ୍ମପୁର ମହାନଗରରେ ପବିତ୍ର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ, କରୋନା ଭୂତାଣୁ ଭୟ ଯୋଗୁଁ ହୋଲି ଖେଳ ସାମାନ୍ୟ ଫିକା ।

YouTube video

ମଂଗଳବାର ବ୍ରହ୍ମପୁର ମହାନଗରରେ ପବିତ୍ର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଛୋଟ ଶିଶୁଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା ସାମୁହିକଭାବେ ଏପରି ଉତ୍ସବ ପାଳନ କରିଥିଲେ । ତେବେ କରୋନା ଭୂତାଣୁ ଭୟ ଯୋଗୁଁ ହୋଲି ଖେଳ ସାମାନ୍ୟ ଫିକା ପଡ଼ିଯାଇଥିଲା । ବହୁ ଜନସାଧାରଣ ଫଗୁ ଓ ପିଚକାରୀ ଦ୍ୱାରା ଏପରି ହୋଲି ଉତ୍ସବ ପାଳନ କରିଥିଲେ । ଛୋଟ ଶିଶୁଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା ପରସ୍ପରକୁ ହୋଲିର ରଂଗ ଲଗାଇ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ।