Home Our Berhampur ବ୍ରହ୍ମପୁର ମହାନଗରରେ ପବିତ୍ର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ, କରୋନା ଭୂତାଣୁ ଭୟ...

ବ୍ରହ୍ମପୁର ମହାନଗରରେ ପବିତ୍ର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ, କରୋନା ଭୂତାଣୁ ଭୟ ଯୋଗୁଁ ହୋଲି ଖେଳ ସାମାନ୍ୟ ଫିକା ।

ମଂଗଳବାର ବ୍ରହ୍ମପୁର ମହାନଗରରେ ପବିତ୍ର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଛୋଟ ଶିଶୁଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା ସାମୁହିକଭାବେ ଏପରି ଉତ୍ସବ ପାଳନ କରିଥିଲେ । ତେବେ କରୋନା ଭୂତାଣୁ ଭୟ ଯୋଗୁଁ ହୋଲି ଖେଳ ସାମାନ୍ୟ ଫିକା ପଡ଼ିଯାଇଥିଲା । ବହୁ ଜନସାଧାରଣ ଫଗୁ ଓ ପିଚକାରୀ ଦ୍ୱାରା ଏପରି ହୋଲି ଉତ୍ସବ ପାଳନ କରିଥିଲେ । ଛୋଟ ଶିଶୁଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା ପରସ୍ପରକୁ ହୋଲିର ରଂଗ ଲଗାଇ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ।