ନୀଳକଂଠେଶ୍ୱର ମନ୍ଦିର ନିକଟରେ ପବିତ୍ର ଦୋଳ ପୁର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଝାମୀ ଯାତ୍ରା ମହାସମାରୋହରେ ଆୟୋଜିତ ।

YouTube video

ନୀଳକଂଠେଶ୍ୱର ମନ୍ଦିର ନିକଟରେ ସୋମବାର ପବିତ୍ର ଦୋଳ ପୁର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଝାମୀ ଯାତ୍ରା ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରାତଃ ସମୟରୁ ରାତ୍ର ପର୍ଯ୍ୟନ୍ତ ଝାମୀ ଯାତ୍ରାରେ ବହୁ ଭକ୍ତଙ୍କ ଭୀଡ଼ ଲାଗିରହିଥିଲା । ମାନସିକଧାରୀ ଓ ଭକ୍ତମାନେ ଲମ୍ବା ଧାଡ଼ି କରି ମା ଏଲେମା ଠାକୁରାଣୀଙ୍କ ଦର୍ଶନ କରିବା ସହ ଦୀପଦାନ କରିଥିଲେ । ମାଁଙ୍କ ନିକଟରେ ମୁଆଁ ଅର୍ପଣ କଲେ ଚର୍ମ ରୋଗ ହୁଏ ନାହିଁ ବୋଲି ବିଶ୍ୱାସ ରହିଥିବା ଯୋଗୁଁ ବହୁ ଭକ୍ତ ଏଠାରେ ମୁଆଁ ଅର୍ପଣ କରିଥିଲେ । ଭକ୍ତମାନଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଏଠାରେ ଝାମୀ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବହୁ ଭକ୍ତ ଏଠାରେ ରୋଷେଇ କରି ନିଜ ପରିବାର ସହ ଯାତ୍ରାର ମଜା ଦେଇଥିଲେ । ସେହିପରି ଏଠାରେ ମାଁଙ୍କ ବେଢ଼ା, ଅଗ୍ନିପୂଜା, ଆଳତୀ ଓ ଗୁପ୍ତନିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଲିସ ପକ୍ଷରୁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ମାଗଣା ପ୍ରସାଦର ବ୍ୟବସ୍ଥା କରାଯାଇଥିଳା । ଲାୟନ୍ସ କ୍ଲବ୍ ପକ୍ଷରୁ ପାଣିବୋତଲ ବଣ୍ଟନ କରଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ନୀଳମଣୀ ପୃଷ୍ଟିଙ୍କ ତତ୍ୱାବଧାନରେ ଆୟୋଜିତ ଯାତ୍ରାରେ ସମ୍ପାଦକ ଗୌରାଂଗ ଚୌଧୁରୀ, ଅନୀଲ ଚୌଧୁରୀ, ଉପଦେଷ୍ଟା ଲଳିତ ମଂଗରାଜ, ଜଗନ୍ନାଥ ବେହେରା, କାଳୀ ପ୍ରସାଦ ପାଢ଼ୀ, ରଂଜନ ସାହୁ, ସୁଶାନ୍ତ ସାହୁ, ନବ କିଶୋର ମହାପାତ୍ର, ପବିତ୍ର ମହାନ୍ତି, ଅସିତ ପଣ୍ଡା, ସୁରେଶ ସାହୁ, ଉମା ଶଙ୍କର ମହାନ୍ତି, ନାରାୟଣ ଚୌଧୁରୀ, ଗଣେଷ ପାତ୍ର, ସୁଶାନ୍ତ ସାହୁ, ବି.ଦୁର୍ଗାରାଓ, ଲଣ୍ଡା ବେହେରା, ସୁଦୀପ ସାହୁ, ପି.କେ ବିଶାରଦ, ସନ୍ୟାସୀ ଗୌଡ଼, ଉମା ଶଙ୍କର ପାଣିଗ୍ରାହୀ, କୈଳାସ ଘଡେ଼ଇ, ନିରଂଜନ ବାଡ଼ତ୍ୟା, ଅସିତ ସାବତ, ଚତୁରାନନ୍ଦ ସାମଲ, ଭଗିରଥୀ ରାଓ, ସୁଶୀଲ ତ୍ରିପାଠୀ, କେ.ଭି ରଂଜି ପଟନାୟକ ଓ ଭଗବାନ ଚୌଧୁରୀ ପ୍ରମୁଖ ପରଚାଳନା କରିଥିଲେ ।