
ରୋଟାରୀ କ୍ଳବ ଅଫ ବ୍ରହ୍ମପୁର ସେଣ୍ଟ୍ରାଲ୍ ତତ୍ୱାବଧାନରେ ରବିବାର ସ୍ପେକ୍ଟ୍ରମ୍ ହୋଟେଲ ସମ୍ମିଳନୀ କକ୍ଷରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଯକ୍ଷ୍ମା ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁରର ସବୁ ରୋଟାରୀ କ୍ଲବ୍ର କର୍ମକର୍ତ୍ତା ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥିରୂପେ ରୋଟାରୀ ଇଣ୍ଡିଆ ନ୍ୟାସ୍ନାଲ୍ ଟ୍ୟୁବରକୁଲୋସିସ କଂଟ୍ରୋଲ୍ ଏଣ୍ଡ୍ ଆୱାର୍ନେସ କମିଟି ଚେୟାର୍ମେନ୍ ୟସ୍ପାଲ୍ ଦାସ ଯୋଗଦେଇ ସଚେତନତା ଦ୍ୱାରା ବହୁମୂଲ୍ୟ ଜୀବନ ରକ୍ଷା ହୋଇପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଏମ୍କେସିଜି ମେଡ଼ିକାଲ୍ କଲେଜର ପୂର୍ବତନ ଡିନ୍ ପ୍ରଫେସର ଡକ୍ଟର ରାଧାମାଧବ ତ୍ରିପାଠୀ ଓ ବରିÂ ରୋଟାରିଆନ୍ ତଥା ରୋଟାରୀ ଇଣ୍ଡିଆ ନ୍ୟାସ୍ନାଲ୍ ଟ୍ୟୁବରକୁଲୋସିସ କଂଟ୍ରୋଲ୍ ଏଣ୍ଡ୍ ଆୱାର୍ନେସ କମିଟି ସଭ୍ୟ ଡାକ୍ତର ନାରାୟଣ ମିଶ୍ର ଯୋଗଦେଇଥିଲେ । ସେଣ୍ଟ୍ରାଲ୍ର ସଭାପତି ମହେଶ ଜେନା, ସେମିନାର୍ ଚେୟାର୍ମେନ୍ ସରୋଜ ପୃଷ୍ଟି ଏହାର ପରିଚାଳନା କରିଥିଲେ । ଡାକ୍ତର ସଂଦୀପ ବେଗରାୟ, ଡାକ୍ତର ଗିତିମୟ ପଟନାୟକ, ଡାକ୍ତର ପ୍ରୀୟଜିତ ଜେନା, ଡାକ୍ତର ସୁଧାଂଶୁ ମହାନ୍ତି, ଡାକ୍ତର ସଂତୋଷ ପାଢ଼ୀ, ଜିତେନ୍ଦ୍ର ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମ୍ପାଦକ ମଂଜିତ ହୋତା ଓ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।






