
ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ସପ୍ତମ ଗଳିରେ ଶନିବାର ବିଳମ୍ବିତ ରାତିରେ ଏକ ଘରୁ କେହି ନଥିବାବେଳେ ତାଲା ଭାଂଗି ଚୋରୀ ହୋଇଛି । ଏଥିନେଇ ଘରଲୋକ ଜାଣିବା ପରେ ଗୋସାଇଁନୁଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ଡକ୍ଟର ହରିହର ବେହେରାଙ୍କ ବାସଭବନରୁ କୌଣସି ଦୁର୍ବୁତ୍ତ ଘରର ତାଲା ଭାଂଗି ଘର ଭିତରେ ପଶିବା ସହ ଆଲ୍ମିରା ଭାଂଗି ନଗଦ ୨୦ହଜାର ଟଙ୍କା, ୩ଟି ପାଟ ଶାଢ଼ୀ ଓ ଅନ୍ୟାନ୍ୟ ଆସବାବ ପତ୍ର ଚୋରୀ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଡକ୍ଟର ବେହେରାଙ୍କ ନିଜ ଘର ଗୋସାଇଁନୁଆଗାଁ ଚାରିଡିବା ସାହି ହୋଇଥିବାବେଳେ ସେ ସଦାଦନ୍ଦ ବିହାରରେ ଭଡ଼ାରେ ରହୁଥିଲେ । ସେ ଶନିବାର ତାଲା ପକାଇ ନିଜ ସ୍ଥାୟୀ ଘରକୁ ଆସିଥିବାବେଳେ ଏପରି ଚୋରୀ ହୋଇଥିଲା । ଗୋସାଇଁନୁଆଗାଁ ଥାନାଧିକାରୀ ସୁମିତ ସୋରେନ ରବିବାର ଘଟଣାସ୍ଥଳରେ ପହଂଚି ସାଇଣ୍ଟିଫିକ୍ ଟିମ୍ ସହ ଏହାର ଅନୁସନ୍ଧାନ ଚଳାଇଛନ୍ତି ।






