
ଗଂଜାମ ଜିଲ୍ଲାରେ କୌଣସି ଲୋକ କରୋନା ଭୁତାଣୁ ଯୋଗୁଁ ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ରବିବାର ମହାନଗର ନିଗମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଏଥିପାଇଁ ଜନସାଧାରଣ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି କରୋନା ଭୂତାଣୁ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୨୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଥିବା ସେ କହିଛନ୍ତି । ତେବେ ପ୍ରତ୍ୟେକ ଜନସାଧାରଣ କୌଣସି ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ ନିଜକୁ ସର୍ବଦା ସୁରକ୍ଷିତ ରଖିବା ସହ ଅନ୍ୟ ଲୋକଙ୍କଠାରୁ ଦୁରେଇ ରହିବା, ମୁହଁରେ ମାକ୍ସ ପିନ୍ଧିବା ସହ କାହାକୁ ଆଲିଂଗନ ନକରିବା ଏବଂ ଜନଗହଳିପୁର୍ଣ୍ଣ ଅଂଚଳରେ ନ ବୁଲିବା ପାଇଁ ସେ କହିଛନ୍ତି । ଏହି ଅବସରରେ ବଡ଼ ଡାକ୍ତରଖାନା ଅଧିକ୍ଷକ ପ୍ରଫେସର ସଂତୋଷ ମିଶ୍ର, ଜିଲ୍ଲା ମୁଖ୍ୟ କିତ୍ସାଧିକାରୀ ଡାକ୍ତର ଆର୍ ଜେ ପଟନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।






