କରୋନା ଭୂତାଣୁ ସଂକ୍ରମଣ ନେଇ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

YouTube video

କରୋନା ଭୂତାଣୁ ସଂକ୍ରମଣ ନେଇ ବିଭିନ୍ନ ବିଦ୍ୟାଳୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଅବସରରେ ଭିଭିଗିରି ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ଏହି ଭୂତାଣୁ ଜନିତ ସଂକ୍ରମଣ ନେଇ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀମାନେ ଛାତ୍ରୀମାନଙ୍କୁ କରୋନା ସମ୍ପର୍କରେ ବିଭିନ୍ନ ଶ୍ରେଣୀ ଗୃହରେ ସଚେତନ କରାଇଥିଲେ । ପିଲାମାନେ ନିଜ ହାତକୁ ଧୋଇବା ସହ କରୋନା ଭୁତାଣୁରୁ କିପରି ରକ୍ଷା ପାଇପାରିବେ ସେଥିନେଇ ସଚେତନ କରାଯାଇଥିଲା ।