
ସଂସ୍କୃତି ଭବନ ପରିସରରେ ଶନିବାର ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ଏବଂ ଛତ୍ରପୁର ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଯୋଗ୍ୟ ବିବେଚିତ ପଂଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଏଠାରେ ବିଭିନ୍ନ ସହାୟତା ରାଶି ବଣ୍ଟନ ସହ ୮ଶହ ପଂଜିକୃତ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ଏଥିରେ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ ପଲେଇ ପ୍ରମୁଖ ଅତିଥିରୂପେ ଯୋଗଦେଇଥିଲେ । ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ଶିବ ନାରାୟଣ ସାହୁ ଏବଂ ଯୁଗ୍ମ ଶ୍ରମ କମିଶନର ଦୀବ୍ୟ ଶରଣ ଶତପଥୀ ପ୍ରମୁଖ ଏହି ଅବସରରେ ମଂଚାସୀନ ଥିଲେ । ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ସାଧାରଣ ସମ୍ପାଦକ ଉଜ୍ୱଳ ପାଢ଼ୀ ଓ ପାଇକାରୀ ଭଣ୍ଡାର ସଭାପତି ସୁଧୀର ରାଉତଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।






