ଜନଔଷଧୀ ଯୋଜନା ଦିବସରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା ରାଲି, ପ୍ରଧାନମନ୍ତ୍ରୀଙ୍କ ଜନ ଔଷଧୀଦ୍ୱାରା ଲାଭାର୍ଥୀଙ୍କ ସହ ଭିଡିଓ କନ୍ଫ୍ରେନ୍ସିଂରେ କଥାବାର୍ତ୍ତା ।

YouTube video

ଜନଔଷଧୀ ଯୋଜନା ଦିବସ ଅବସରରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି । ଏହି ରାଲିକୁ ପ୍ରଶାନ୍ତ କୁମାର ମହାପାତ୍ର, ହୃଦୟରଂଜନ ମେକାପ, ବିରଂଚି ନାରାୟଣ ମିଶ୍ର, ବିଷ୍ଣୁ ପ୍ରସାଦ ପଣ୍ଡା ଓ ରାମ କୁମାର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ସମସ୍ତ ଜନସାଧାରଣ ବିଭିନ୍ନ ରୋଗ କ୍ଷେତ୍ରରେ ଜନ ଔଷଧୀ କେନ୍ଦ୍ରର ଔଷଧ ବ୍ୟବହାର କରିବାପାଇଁ ଏଠାରେ ପରାମର୍ଶ ଦିଆଯାଇଥିଲା । ଏଥିରେ ଜୟଜଗନ୍ନାଥ ମର୍ଣ୍ଣି ୱାକ କ୍ଲବ୍, ସର୍ଦ୍ଧାର ବଲଭ ଭାଇ ବହୁମୂଖି ସଂଘ, ବିଜୁ ପଟନାୟକ ସିନିୟର ସିଟିଜନ ଫୋରମ୍, ଅର୍ଜୁନ ଲାଫିଂ କ୍ଲବ୍ ଓ ରୋଟାରୀ କ୍ଲବ୍ ବ୍ରହ୍ମପୁର ଇଷ୍ଟ ସମେତ ବିଭନ୍ନ ସଂଗଠନର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଖଲିକୋଟ କଲେଜ ଖେଳ ପଡ଼ିଆ ମଧ୍ୟରେ ରାଲି ପରିକ୍ରମା କରାଯାଇ ଜନଔଷଧୀର ଉପକାରିତା ନେଇ ସଚେତନ କରାଯାଇଥିଲା ।