
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାକଙ୍କ ଜୟନ୍ତୀ ପାଳନ ଅବସରରେ ଶନିବାର ବିଜେଡ଼ି ତରଫରୁ ପଲିଥିନ ବର୍ଜନ ଓ ପରିବେଶର ସୁରକ୍ଷା ବାର୍ତ୍ତା ନେଇ ଏକ ସଚେତନତା ସାଇକେଲ୍ ରାଲି ଆୟୋଜନ କରାଯାଇଥିଲା । ଫାଷ୍ଟଗେଟଠାରୁ ଏହି ସାଇକେଲ୍ ରାଲି ବାହାରି ଆସିକାରୋଡ଼ ଦେଇ ଗେଟବଜାର, ଷ୍ଟେଟବ୍ୟାଙ୍କ, ଖଲିକୋଟ କଲେଜ ଓ କମାପଲ୍ଲୀ ଦେଇ ଗଜପତି ନଗରଠାରେ ଶେଷ ହୋଇଥିଲା । ଏଥିରେ ସ୍କେଟିଂ ଏକାଡେମୀର ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ନିଜେ ସାଇକେଲ୍ ଚଳାଇ ଏଥିରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ପଣ୍ଡା, ସୁବାସ ମହାରଣା, ସଂଘମିତ୍ରା ଦଳେଇ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, କୈଳାସ ବିଶୋୟୀ, କାହ୍ନୁ ପାତ୍ର, ଟି.ଗୋପୀ, ବିଜୟ ସାମଲ, ସୁରେନ୍ଦ୍ର ବେହେରା, ନିରଂଜନ ଜେନା, ଶୁନ୍ୟଚନ୍ଦ୍ର ଦାସ, ସଂଜିତ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ, ମଦନ ଦଳେଇ, ନରସିଂହ ସାହୁ, ପ୍ରଦୀପ ବେହେରା, ସୀମାଂଚଳ ପଟନାୟକ, ଦୁର୍ଗା ପ୍ରସାଦ ପଣ୍ଡା, ଭଗବାନ ଗନ୍ତାୟତ, ତାପସ ସାହୁ, ବାବୁ ଗୌଡ଼, ସ୍କେଟିଂ କୋଚ୍ ବିଭୁତି ଭୂଷଣ ଜେନାଙ୍କ ସମେତ ବିଜେଡ଼ିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।






