
ଟିମ୍ କ୍ଲିନ୍ ସିଟି ତରଫରୁ ଗୁରୁବାର ୭୪ତମ ଅସହାୟ ଯୁବକଙ୍କୁ ଉଦ୍ଧାର କରାଯାଇଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ବୁଲୁଥିବା ଏହି ଯୁବକଙ୍କୁ ଉଦ୍ଧାର କରାଯାଇ ତାଙ୍କର ଚୁଟି କଟାଯିବା ସହ ତାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଟିମ୍ କ୍ଲିନ୍ ସିଟିର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ଏପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ଏଠାରେ ଟିମ୍ କ୍ଲିନ୍ ସିଟି ସଦସ୍ୟଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଟିମ୍ କ୍ଲିନ୍ ସିଟିର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।






