
ଖଲିକୋଟ କଲେଜ ସମ୍ମୁଖରେ ଦିଲ୍ଲୀ ହିଂସାରେ ନିହତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଂଜଳୀ ଦେବା ଉଦେଶ୍ୟରେ ଷ୍ଟୁଡେଣ୍ଟସ ଫର ଡେମୋକ୍ରାଟିକ୍ ରାଇଟ୍ ଏଣ୍ଡ୍ ସେକ୍ୟୁଲାରିଜିମ୍ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍ ଭଳି ସାମ୍ପ୍ରଦାୟିକ ବିଭେଦକାରୀ ନିତି ବିରୁଦ୍ଧରେ ସାରା ଭାରତବର୍ଷର ସର୍ବସ୍ତରରେ ବିରୋଧ କରାଯାଉଥିବାବେଳେ ଏପରି ହିଂସା ଦ୍ୱାରା ଏହାକୁ ଭଣ୍ଡୁର କରିବାପାଇଁ ଚକ୍ରାନ୍ତ କରାଯାଉଥିବା ଏଠାରେ ଅଭିଯୋଗ କରାଯାଇଥିଲା । ତେଣୁ ଏପରି ଘଟଣାକୁ ଏଠାରେ ଏସ୍ଡିଆର୍ଏସ୍ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା । ବର୍ତ୍ତମାନ ସରକାର ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ଦରବୃଦ୍ଧି, ଚାଷୀ ଆତ୍ମହତ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଶୋଚନୀୟ ଅବସ୍ଥାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇ ଜନସାଧାରଣଙ୍କ ଦୃଷ୍ଟିକୁ ଅନ୍ୟତ୍ର ଅପସାରିତ କରିବାପାଇଁ ଏହି ପ୍ରକାର ସାମ୍ପ୍ରଦାୟିକ ଉନ୍ମାଦନା ସୃଷ୍ଟି କରାଯାଉଥିବା ଏଠାରେ କୁହାଯାଇଥିଲା । ଏପରି ହିଂସାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କୁ ଏଠାରେ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଥିଲା । ଏଥିରେ ସୋମନାଥ ବେହେରା, ଶିବାନୀ ଶଙ୍କର ମିଶ୍ର, ପପୁନ ସାହୁ, କିଷାନ ସାହୁଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।






