
ଆସନ୍ତା ୨୮ ତାରିଖରେ ଗଂଜାମ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ଓ ଶୁକ୍ରବାର ବିଭିନ୍ନ ପଦବୀ ପାଇଁ ସର୍ବମୋଟ ୧୩ଜଣ ପ୍ରାର୍ଥୀ ନାମାଂକନ ପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନରେ ସାଧାରଣତଃ ସଭାପତି, ଉପସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦବୀପାଇଁ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରିବେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାକୁ ସହ ଆୟୋଜନ କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି । ବର୍ତ୍ତମାନ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟନାୟକ, ଜନାର୍ଦ୍ଧନ ସୁବୁଦ୍ଧି, ଉପସଭାପତି ପଦବୀ ପାଇଁ ବି.ଭାଗିରଥୀ ରାଓ, ହରିକୃଷ୍ଣ ପଟନାୟକ, ବସନ୍ତ କୁମାର ରାଉତ, କୃଷ୍ଣଚନ୍ଦ୍ର ପଣ୍ଡା, ଶରତ କୁମାର ପାଢ଼ୀ ଓ ଦିଲ୍ଲୀପ କୁମାର ପାତ୍ର, ସମ୍ପାଦକ ପଦବୀ ପାଇଁ ରାମକୃଷ୍ଣ ମହାରଣା, ସୁଶୀଲ କୁମାର ତ୍ରିପାଠୀ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ହେମନ୍ତ କୁମାର ପଣ୍ଡା ଓ ସୁଧୀର କୁମାର ପାତ୍ର ପ୍ରମୁଖ ନାମାଂକନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆସନ୍ତା ୧୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୧୩ରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ମହାପାତ୍ର ସୁଚନା ଦେଇଛନ୍ତି ।






