
ବ୍ରହ୍ମପୁର ସହରରେ ବେନିୟମଭାବେ ଆଦାୟ କରାଯାଉଥିବା ଜଳକର ତୁରନ୍ତ ବନ୍ଦ କରିବାପାଇଁ ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଏହି ଦାବିନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ହାଉସିଂ ଏବଂ ସହରାଂଚଳ ଉନ୍ନୟନ ବିଭାଗର ବିଜ୍ଞପ୍ତି ପ୍ରକାରେ ସହରାଂଚଳରେ ଜନସାଧାରଣଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୋଗାଇଦିଆଯାଉଥିବା ପବ୍ଲିକ୍ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବାବଦରେ ଆଦାୟ କରାଯାଉଥିବା ଜଳକରକୁ ସମ୍ପୁର୍ଣ୍ଣ ଉଛେଦ କରାଯାଇଥିବା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଉଲ୍ଲେଖ କରିଛନ୍ତି । ତେଣୁ ସହରରେ ବାସ କରୁଥିବା ପରିବାର ତଥା ଘର ମାଲିକ ଜଳକର ବାବଦରେ ବର୍ଷକୁ ଦେଉଥିବା ଟିକସକୁ ଆଉ ପୌରସଂସ୍ଥାକୁ ଦେବା ଆବଶ୍ୟକ ନାହିଁ ବୋଲି ପଣ୍ଡା କହିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିର୍ଦେଶକୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟକାରୀ କରୁନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ ପରି ଏହି ଟିକସ ଆଦାୟକୁ ବନ୍ଦ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି । ନଚେତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହା ବିରୁଦ୍ଧରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।






