
ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଟ ନାଗରିକଙ୍କୁ ନେଇ ଆୟୋଜିତ ତୀର୍ଥ ଯାତ୍ରା ଯୋଜନାର ଚଳିତ ବର୍ଷର ପ୍ରଥମ ଟ୍ରେନ୍ ଗତ ଶୁକ୍ରବାର ବ୍ରହ୍ମପୁରରୁ ୮ଟି ଜିଲ୍ଲାର ୩୦ଜଣ ଅଧିକାରୀଙ୍କ ତତ୍ୱାବଧାନରେ ଏକ ହଜାର ବରିÂ ନାଗରିକଙ୍କୁ ନେଇ ତୀର୍ଥ ଯାତ୍ରା କରିଥିଲା । ଏହି ବରିଷ୍ଟ ନାଗରିକମାନେ ଗୁରୁବାର ବ୍ରହ୍ମପୁର ରେଳ ଷ୍ଟେସନ୍ରେ ତୀର୍ଥ ଯାତ୍ରା ସାରି ଫେରିଛନ୍ତି । ଏହି ଅବସରରେ ସେମାନଙ୍କୁ ସ୍ୱାଗତ କରାଯିବା ସହ ନିଜ ନିଜ ଗ୍ରାମ ଅଭିମୂଖେ ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏପରି ତୀର୍ଥ ଯାତ୍ରା କରି ସମସ୍ତ ନାଗରିକ ନିଜକୁ ଖୁସି ଅନୁଭବ କରିଥିଲେ । ଏହି ତୀର୍ଥଯାତ୍ରାରେ ୯୭୦ଜଣ ପୁରୁଷ ଓ ମହିଳା ରହଥିଲେ । ସେମାନଙ୍କ ମଧ୍ୟରୁ ଗଂଜାମର ୪୮୩, ଗଜପତିର ୫୯, କନ୍ଧମାଳର ୫୩, କୋରାପଟୁର ୧୧୩, ମାଲ୍କାନାଗିରିର ୫୨, ନବରଂଗପୁରର ୮୩, ରାୟଗଡ଼ାର ୯୭ ଏବଂ ବୌଦ୍ଧ ଜିଲ୍ଲାର ୩୦ଜଣ ବରିଷ୍ଟ ନାଗରିକ ଏପରି ମାଗଣାରେ ତୀର୍ଥଯାତ୍ରା କରି ଫେରିଛନ୍ତି ।






