ଆସନ୍ତା ୨୮ ତାରିଖରେ ଗଂଜାମ ଓକିଲ ସଂଘର ନିର୍ବାଚନ, ବିଭିନ୍ନ ପଦବି ପାଇଁ ପ୍ରଥମ ଦିବସରେ ୧୧ଜଣ ପ୍ରାର୍ଥୀଙ୍କ ନାମାଂକନ ପତ୍ର ଦାଖଲ ।

YouTube video

ଆସନ୍ତା ୨୮ ତାରିଖରେ ଗଂଜାମ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ବହୁ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନାମାଂକନ ପତ୍ର ଦାଖଲ କରିଛନ୍ତି । ସର୍ବମୋଟ ୧୧ଜଣ ପ୍ରାର୍ଥୀ ଏହି ନାମାଂକନ ପତ୍ର ପ୍ରଥମ ଦିବସରେ ଦାଖଲ କରିଛନ୍ତି । ଏହି ନିର୍ବାଚନରେ ସାଧାରଣତଃ ସଭାପତି, ଉପସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦବୀପାଇଁ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରିବେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାକୁ ସହ ଆୟୋଜନ କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର ସୁଚନା ଦେବା ସହ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ରହିଥିବା ସେ କହିଛନ୍ତି । ପ୍ରଥମ ଦିବସରେ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟନାୟକ, ଜନାର୍ଦ୍ଧନ ସୁବୁଦ୍ଧି, ଉପସଭାପତି ପଦବୀ ପାଇଁ ବି.ଭାଗିରଥୀ ରାଓ, ହରିକୃଷ୍ଣ ପଟନାୟକ, ବସନ୍ତ କୁମାର ରାଉତ, କୃଷ୍ଣଚନ୍ଦ୍ର ପଣ୍ଡା, ସମ୍ପାଦକ ପଦବୀ ପାଇଁ ରାମକୃଷ୍ଣ ମହାରଣା, ସୁଶୀଲ କୁମାର ତ୍ରିପାଠୀ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ହେମନ୍ତ କୁମାର ପଣ୍ଡା ଓ ସୁଧୀର କୁମାର ପାତ୍ର ପ୍ରମୁଖ ନାମାଂକନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର କହିଛନ୍ତି ।