
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୪ତମ ଜୟନ୍ତୀ ଗୁରୁବାର ବିଜେଡ଼ି ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ବିଜୁ ବାବୁଙ୍କ ଫଟୋ ଚିତ୍ର ନିକଟରେ ଅନୁରୁପ ୧୦୪ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ପରେ ଦେଶୀ ବେହେରା ସାହି, ବିଜୁ ପଟନାୟକ ପାର୍କ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ସଂଜିତ ପାଣିଗ୍ରାହୀ, ଟି.ଗୋପୀ, ଶିବ ଶଙ୍କର ସାହାଣୀ, ସଂଘମିତ୍ରା ଦଳେଇ, ଆର୍.ମୁରଲୀ ମୋହନ, ଦୁର୍ଗା ପଣ୍ଡା, କାହ୍ନୁ ପାତ୍ର, ଧନଂଜୟ ରାଓ, ମଦନ ଦଳେଇ, ସଂଜୟ ଜେନା, ଭଗବାନ ଗନ୍ତାୟତ, ଅନୀଲ ସାହୁ, ଲକ୍ଷ୍ମୀପ୍ରିୟା ପାଢ଼ୀ, ରାସ ବିହାରୀ ଦାସ, ଉମା ନାୟକ, ଜ୍ୟୋସ୍ନା ନାୟକ, ମମତା ସାହୁ, ମମତା ବିଶୋୟୀ, ରାକେଶ ସାହୁ, ପ୍ରମୋଦ ମହାରଣା, ତ୍ରିପତି ପାତ୍ର, ଲକ୍ଷ୍ମଣ ଚୌଧୁରୀ, ଦ୍ୱିତୀକୃଷ୍ଣ ମଲ୍ଲଙ୍କ ସମେତ ବହୁ ଯୁବ, ମହିଳା, ଛାତ୍ର ଓ ବିଜୁ ପରିବାରର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ଏହି ଅବସରରେ ସିଟି ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।






