କ୍ଲାସ୍ରୂମ ମଧ୍ୟରେ ଶିକ୍ଷୟିତ୍ରୀ ଶୋଇଥିବାର ଭିଡିଓ ଭାଇରାଲ୍ ହେବା ପରେ ନିଲମ୍ବିତ ।

YouTube video

ଗୁରୁଣ୍ଠି ପଂଚାୟତର ଶ୍ରୀରଂଗରାଜପୁର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସୁମିତା ନାୟକ ନାମ୍ନୀ ଜଣେ ଶିକ୍ଷୟିତ୍ରୀ କ୍ଲାସ୍ରୂମ ମଧ୍ୟରେ ଶୋଇଥିବାର ଭିଡିଓ ଭାଇରାଲ୍ ହେବା ପରେ କୁକୁଡ଼ାଖଣ୍ଡି ଗୋଷ୍ଟି ଶିକ୍ଷାଧିକାରୀ ଏସ୍.ଗିରିଧାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ତେବେ ଶିକ୍ଷୟିତ୍ରୀ ଜଣକ ଫିଡ୍ସ ରୋଗୀ ହୋଇଥିବାରୁ ତାଙ୍କୁ କିଛି ସମୟ ପାଇଁ ବିଶ୍ରାମ ଆବଶ୍ୟକ ପଡ଼ୁଥିବା ତଦନ୍ତ ଦାୟିତ୍ୱରେ ଥିବା ଅତିରକ୍ତ ଗୋଷ୍ଟି ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ସେନାପତିଙ୍କ ନିକଟରେ ପ୍ରକାଶ କରିଥିବା ବିଇଓଙ୍କଠାରୁ ସୁଚନା ମିଳିଛି । ନିଲମ୍ବନ ଅବଧିରେ ସେ ଧାର୍ଯ୍ୟ ଦରମାର ଅଧା ଟଙ୍କା ପାଇବେ ବୋଲି କୁହାଯାଇଛି ।