ଆଗାମୀ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୫ଦିନବ୍ୟାପୀ ଆୟୋଜିତ ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ପାଳନ ନେଇ ବିଜେଡ଼ି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।

YouTube video

ଆଗାମୀ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୫ଦିନବ୍ୟାପୀ ଆୟୋଜିତ ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବିଜେଡ଼ି ପକ୍ଷରୁ ମଂଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ପୂର୍ବତନ ମେୟର କେ.ମାଧବୀ, ଟି.ଗୋପୀ, ମୁକୁନ୍ଦ ଗୌଡ଼, ସଂଜିତ ପାଣିଗ୍ରାହୀ, ଜ୍ୟୋସ୍ନା ନାୟକ, ଜ୍ୟୋତି ସୁବୁଦ୍ଧି, ଟୁନା ପାଣିଗ୍ରାହୀ, ସବିତା ବେହେରା, ନିରଂଜନ ଜେନା, ପ୍ରଦୀପ ବେହେରା, କୁଲ୍ଦୀପ ସିଂ, ସଂଜୟ ଜେନା, ଧନଂଜୟ ରାଓ, ଅନୀଲ ସାହୁ, ତୁମ୍ବନାଥ ପଣ୍ଡା,ଅଜିତ ପଣ୍ଡାଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ । ୫ତାରିଖରୁ ୧୫ଦିନ ବ୍ୟାପୀ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଏଠାରେ ନିଷ୍ପତ୍ତି ନିଆଯାଇଥିଲା । ରକ୍ତଦାନ ଶିବିର, ବୃକ୍ଷ ରୋପଣ, ପ୍ରତିଯୋଗୀତା, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସାଇକେଲ୍ ଚାଳନା, ପଥପ୍ରାନ୍ତ ସଭା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧାରୀମାନଙ୍କୁ ସମ୍ବର୍ନ୍ଧିତ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଥିଲା ।