୩ଦଫା ଦାବି ପୁରଣ ନେଇ ଭାରତୀୟ ମଜଦୁର ସଂଘ ଗଂଜାମ ଜିଲ୍ଲା ଶାଖା ତରଫରୁ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ।

YouTube video

୩ଦଫା ଦାବି ପୁରଣ ନେଇ ଭାରତୀୟ ମଜଦୁର ସଂଘ ଗଂଜାମ ଜିଲ୍ଲା ଶାଖା ତରଫରୁ ବୁଧବାର ଆସିକାରୋଡ଼ସ୍ଥିତ ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ୪୫ଦିନ ମଧ୍ୟରେ ନୁଆ ସଂଘର ପଂଜିକରଣ କରିବା, ରାଜ୍ୟର ବିଭିନ୍ନ ଶ୍ରମ ବିଭାଗରେ ଅଧିକ କର୍ମଚାରୀ ନିଯୁକ୍ତି କରିବା, ବ୍ଲକ୍ ଅଧିନରେ ଗ୍ରାମାଂଚଳର ଶ୍ରମ କାର୍ଯ୍ୟାଳୟ ଖୋଲିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା । ଏଥିରେ ରାଜେନ୍ଦ୍ର ପ୍ରସାଦ ନାୟକ, ପ୍ରମୋଦ ଚନ୍ଦ୍ର ସାହୁ, ଚପଳା ନାୟକ, ଜଗନ୍ନାଥ ରାଉଳ ଓ ଗୀତାଂଜଳୀ ମହାଂକୁଡ଼ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।