
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମଂଗଳବାରଠାରୁ ଆରମ୍ଭ ହୋଇଥିବାବେଳେ ଏଥିରେ ଓଡ଼ିଆ ଭାଷା ପରୀକ୍ଷାରେ ୬ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବା ଉପସଚିବ ଡକ୍ଟର କୁଳମଣୀ ଓଝା ସୁଚନା ଦେଇଛନ୍ତି । କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ପରୀକ୍ଷା କିପରି ସୁଚାରୁରୂପେ ଏବଂ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉପସଚିବ ଓଝା ପ୍ରକାଶ କରିଛନ୍ତି ।






