ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ, ପ୍ରଥମ ଦିବସରେ ଓଡିଆ ପରୀକ୍ଷା ଅନୁଷ୍ଠିତ

YouTube video

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଆଧୁନିକ ଭାଷା ଓଡିଆ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସକାଳ ୧୦ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏପରି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରୀକ୍ଷାକୁ ସୁଚାରୁରୂପେ ଆୟୋଜନ କରିବାପାଇର୍ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ଓ ସମସ୍ତ ପ୍ରକାର ଇଲେକ୍ଟେ୍ରାନିକ୍ସ ସାମଗ୍ରୀ ବ୍ୟବହାର ନିଷିଦ୍ଧ କରାଯାଇଛିି । ଦକ୍ଷିଣାଂଚଳର ୧୯୮ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ସଂଯୋଗ କରାଯାଇଛି । ବିଜ୍ଞାନରେ ୧୯ ହଜାର ୬୨୫ ଓ ବାଣିଜ୍ୟରେ ୪ହଜାର ୬୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ପରିଷଦ ସୁତ୍ରରୁ ପ୍ରକାଶ । ଗଂଜାମ ଜିଲ୍ଳାରେ ୧୦ହଜାର ୩୩୩ଜଣ ବିଜ୍ଞାନ, ୨ହଜାର ୧୨୧ଜଣ ବାଣିଜ୍ୟ, ୨୨୭ଜଣ ଧନ୍ଦାମୂଳକ ଓ ୬୯୧ଜଣ ଛାତ୍ରଛାତ୍ରୀ ପତ୍ର ବିନିମୟ ପାଠ୍ୟକ୍ରମରେ ପରୀକ୍ଷା ଦେଉଥିବା ପରିଷଦର ଉପସଚିବ କୁଳମଣୀ ଓଝାଙ୍କଠାରୁ ପ୍ରକାଶ ।