ଜାନିବିଲି ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଏବଂ ନିମ୍ନ ମାନର କାମ ଅଭିଯୋଗରେ ବିଜେପି ସ୍ୱାସ୍ଥ୍ୟ ସେଲ୍ ପକ୍ଷରୁ ଏସ୍ଡିପିଓଙ୍କ ନିକଟରେ ଏଫ୍ଆଇଆର ।

YouTube video

ଜାନିବିଲି ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଏବଂ ନିମ୍ନ ମାନର କାମ ହେଉଥିବା ବିଜେପି ସ୍ୱାସ୍ଥ୍ୟ ସେଲ୍ ତରଫରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ନେଇ ମଂଗଳବାର ବିଜେପି ସ୍ୱାସ୍ଥ୍ୟ ସେଲ୍ ସଭାପତି ତଥା ପୂର୍ବତନ ମହାନଗର ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁର ପୋଲିସ ଏସ୍ଡିପିଓ ନିକଟରେ ଏଫ୍ଆଇଆର ଦିଆଯାଇଥିଲା । ଏହି ଅବସରରେ ସମ୍ପାଦକ କିରଣ କୁମାର ସାହୁ, ମଧୁସୁଦନ ସାହୁ, କରୁଣାକର, ପ୍ରଭାତ ଷଡ଼ଙ୍ଗୀ, ପରିତୋଷ ପାତ୍ର, ମହନ୍ତ ଚିନ୍ମୟ ଦାସ, ଶତୃଘ୍ନ ଦାସ, ଏସ୍.ରାଣୀ, ଶିବ ପ୍ରସାଦ ପାତ୍ର, ଶଙ୍କର ସାହୁ, ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଂଗଦେବ, ଅଶୋକ ନିମାଁଇ, ଶିବ ଶଙ୍କର ଶତପଥୀ, ମନୋଜ ମହାରଣା, ଜଗଦୀଶ ପ୍ରଧାନ, କେ.ରବିରାଓ ଓ କାଳିଆ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଗତ ୨୦୧୯ ମସିହା ମାର୍ଚ୍ଚ ୩ ତାରିଖରେ ଅସମ୍ପୁର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ଉଦ୍ଘାଟନ କରି ଜନସାଧାରଣଙ୍କୁ ଠକି ଦିଆଯାଇଥିବା ଏଠାରେ ସଭାପତି ପାତ୍ର ଅଭିଯୋଗ କରିଥିଲେ । ପ୍ରତ୍ୟେକ ସାହି ଓ ଗଳିକନ୍ଦିରେ ରାସ୍ତାଘାଟ ଖୋଳି ଦିଆଯିବା ଫଳରେ ନାନା ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତେଣୁ ଏ କ୍ଷେତ୍ରରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ସ୍ୱାସ୍ଥ୍ୟ ସେଲ୍ ପକ୍ଷରୁ ଦାବି ହୋଇଥିଲା ।