ଦୁଷ୍କର୍ମ, ନିର୍ଯ୍ୟାତନା ଓ ଅନ୍ୟାନ୍ୟ ପାରିବାରିକ ଅଭିଯୋଗର ତୁରନ୍ତ ସମାଧାନ ଦାବିରେ ପ୍ରମିଳାଦେବୀ ମହିଳା କଲ୍ୟାଣ ସଂଘ ତରଫରୁ ଡିଆଇଜିଙ୍କୁ ଦାବିପତ୍ର ।

YouTube video

ଦୁଷ୍କର୍ମ, ନିର୍ଯ୍ୟାତନା ଓ ଅନ୍ୟାନ୍ୟ ପାରିବାରିକ ଅଭିଯୋଗର ତୁରନ୍ତ ସମାଧାନ କରିବା ଦାବିନେଇ ମଂଗଳବାର ପ୍ରମିଳାଦେବୀ ମହିଳା କଲ୍ୟାଣ ସଂଘ ତରଫରୁ ଏକ ଦାବିପତ୍ର ଦକ୍ଷିଣାଂଚଳ ଡିଆଇଜିଙ୍କୁ ବ୍ରହ୍ମପୁର ଏସ୍ପିଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଦାରିଂଗିବାଡ଼ି, ଦିଗପହଣ୍ଡି, ପୁରୁଷୋତ୍ତମପୁର, ରମ୍ଭା, ଗୋସାଇଁନୁଆଗାଁ ଥାନା ଆଦି ଅଂଚଳରେ ଏପରି ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେନ ନେଉନଥିବା ଏଠାରେ ସଂଘ ସଭାନେତ୍ରୀ ପ୍ରମିଳା ତ୍ରିପାଠୀ ଅଭିଯୋଗ କରିଥିଲେ । ସେହିପରି ଜନୈକା ମୁସଲମାନ ମହିଳାଙ୍କୁ ମଧ୍ୟ ନ୍ୟାୟ ପ୍ରଦାନ କରାଯାଉନଥିବା ସେ କହିଥିଲେ । ତେବେ ଅତିଶିଘ୍ର ସମସ୍ୟାର ସମାଧାନ ପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଏଠାରେ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରତିଶୃତି ଦେଇଥିଲେ ।