ଭାରତୀୟ ବିକାଶ ପରିଷଦ ତରଫରୁ ବିଭିନ୍ନ ଦାବିରେ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

YouTube video

ଭାରତୀୟ ବିକାଶ ପରିଷଦ ତରଫରୁ ମଂଗଳବାର ବିଭିନ୍ନ ଦାବିନେଇ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାନଗରରେ ଛତୁ ଫୁଟିଲା ଭଳି ନର୍ସିଂ ହୋମ୍ ଖୋଲାଯିବା ଏବଂ ସେ ଗୁଡ଼ିକରେ କୌଣସି ଭିତ୍ତିଭୂମି ନଥିବା ଏଠାରେ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଗୁରୁଦେବ ହସ୍ପିଟାଲ୍ରେ କୋଠା ନିର୍ମାଣ ନକ୍ସା ବ୍ରହ୍ମପୁର ଉନ୍ନୟନ ଅଥରିଟି ଓ ମହାନଗର ନିଗମ ଦ୍ୱାରା ଅନୁମୋଦନ ହୋଇନଥିବା ଏଠାରେ ଅଭିଯୋଗ କରାଯାଇଥିଲା । ଜିଲ୍ଲାରେ ସଠିକ୍ଭାବେ ଟାକ୍ସ ଫୋର୍ସ କାର୍ଯ୍ୟ କରୁନଥିବା ଯୋଗୁଁ ଏଠାରେ ଏପରି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଇଥିଲା । ତେଣୁ ତୁରନ୍ତ ଗଂଜାମ ଜିଲ୍ଲାର ବିଭିନ୍ନ ଘରୋଇ ହସ୍ପିଟାଲ୍ ଓ କ୍ଳିନିକ୍ ଗୁଡ଼ିକ ଉପରେ ଯାଂଚ କରାଯାଇ ତୃଟି ଥିବା ସଂସ୍ଥା ଗୁଡ଼ିକୁ ସିଲ୍ କରାଯିବା ସହ ମାଲିକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ବୋଲି ଏଠାରେ କର୍ମକର୍ତ୍ତାମାନେ ଦାବି କରିଥିଲେ । ବହୁ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରାନଗଲେ ଅନଶନ କରାଯିବା ସହ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ଏଠାରେ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଚେତାବନୀ ଦେଇଥିଲେ । ଏହି ଅବସରରେ ଗୁରୁ ଚରଣ ପାତ୍ର, ରାଜେନ୍ଦ୍ର ଦଳ ବେହେରା, ସୁର୍ଯ୍ୟନାରାୟଣ ବେହେରା, ବିରେନ ପଟନାୟକ, ମନୋଜ ବିଶୋୟୀ, ରମେଶ ଚନ୍ଦ୍ର ସାହୁ, ଇ.କେ ମିଶ୍ର, ସରିତା ପଣ୍ଡା, ଅମିତ ଦାସ, ଅବନୀ ଗୟା, ବାପି ସିଂଦେଓ, ହେମନ୍ତ ପଣ୍ଡା, ହୃଷିକେଶ ପାତ୍ରଙ୍କ ସମେତ ଲାଂଜିପଲ୍ଲୀ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।