ମହାନଗର ନିଗମ ତରଫରୁ ପ୍ରତ୍ୟେକ ମାସରେ ୟୁଜର ଫି ଆଦାୟ ସହ ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ବିରୋଧରେ ଗଂଜାମ ଓକିଲ ସଂଘ ସଦସ୍ୟଙ୍କ ଆର୍ଡିସିଙ୍କୁ ଦାବିପତ୍ର ।

YouTube video

ମହାନଗର ନିଗମ ତରଫରୁ ବ୍ରହ୍ମପୁର ବାସୀଙ୍କଠାରୁ ପ୍ରତ୍ୟେକ ମାସରେ ୫୦ଟଙ୍କା ଲେଖାଁଏ ୟୁଜର ଫି ଆଦାୟ ସହ ପ୍ରତ୍ୟେକ ଘରର ହୋଲ୍ଡିଂ ଟିକସ ଅହେତୁକଭାବେ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ହୋଇଛି । ଏପରି ନିଷ୍ପତ୍ତିକୁ ବିରୋଧ କରି ମଂଗଳବାର ଗଂଜାମ ଓକିଲ ସଂଘର ବହୁ ସଦସ୍ୟ ଆର୍ଡିସିଙ୍କ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହାକୁ ସ୍ଥଗିତ ରଖିବାପାଇଁ ଦାବି କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରାନଯାଇ ଏପରି ଟିକସ ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସଂଘ ସଦସ୍ୟମାନେ ଏଠାରେ ଅଭିଯୋଗ କରିଥିଲେ । ଅନ୍ୟ କୌଣସି ମହାନଗର ନିଗମରେ ଏପରି ବ୍ୟବସ୍ଥା ଲାଗୁ ହୋଇନଥିବାବେଳେ ବ୍ରହ୍ମପୁରରେ ଏପରି ନିଷ୍ପତ୍ତି ନିଆଯିବା ନିନ୍ଦନୀୟ ବୋଲି ଏଠାରେ କୁହାଯାଇଥିଲା । ତେଣୁ ତୁରନ୍ତ ଏ ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଥିଲା । ଏହି ଅବସରରେ ବରିÂ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା, ଦୀପକ ପଟନାୟକ, ପୀତବାସ ପଣ୍ଡା, ପ୍ରଦୀପ କୁମାର ବେହେରା, ଅଶୋକ କୁମାର ଶୁକ୍ଳା, ୱାଇ.ଶ୍ରୀରାମୁଲୁ ପାତ୍ର, କପିଳେଶ୍ୱର ପଟନାୟକଙ୍କ ସମେତ ଅନ୍ୟାନ୍ୟ ଆଇନଜୀବୀ ଉପସ୍ଥିତ ଥିଲେ । ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଏଠାରେ ଓକିଲ ସଂଘର ସଦସ୍ୟମାନେ ଚେତାବନୀ ଦେଇଥିଲେ ।