ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନ୍ୟାନ୍ୟ ୧୨ଟି ସ୍ଥାନରେ ଚଢ଼ାଉ ।

YouTube video

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନ୍ୟାନ୍ୟ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁଙ୍କ ନିର୍ଦେଶକ୍ରମେ ବିଭିନ୍ନ ଟିମ୍ ଏପରି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବହୁ ପରିମାଣର ଆୟ ବହିର୍ଭୁତ୍ତ ସମ୍ପତ୍ତି ରହିଥିବା ଜଣାପଡ଼ିଛି । ଚଢ଼ାଉ ଜାରି ରହିଥିବା ଯୋଗୁଁ ସମ୍ପତ୍ତିର ଆକଳନ ଜଣାପଡ଼ିନାହିଁ ।