ସୋମପୁର ଗ୍ରାମରେ ଖେଳୁଥିବା ବେଳେ ହାତରେ ଡିଟୋନେଟର ବିସ୍ଫୋରଣ ଘଟି ୩ଜଣ ଶିଶୁ ଆହତ ।

YouTube video

ହିଂଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ ଖେଳୁଥିବା ବେଳେ ହାତରେ ଡିଟୋନେଟର ବିସ୍ଫୋରଣ ଘଟି ୩ଜଣ ଶିଶୁ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଡିଟୋନେଟର ହାତରେ ଧରି ଏକ ବ୍ୟାଟେରୀ ସହ ସଂଯୋଗ କରିବା ସମୟରେ ହଠାତ୍ ଭୟଂକର ଶବ୍ଦ ଘଟିଥିଲା । ଲୋକେ ଅତର୍କିତ ଘରୁ ବାହାରି ଦେଖିବା ସମୟରେ ଏହି ୩ଜଣ ଶିଶୁ ଆହତ ହୋଇଥିଲେ । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ୩ଜଣ ଶିଶୁଙ୍କ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।