
ଅଖିଳ ଭାରତ ଯୁବ ସଂଘ ତଥା ଏଆଇୱାଇଏଫ୍ର ଦ୍ୱାଦଶ ରାଜ୍ୟ ସମ୍ମିଳନୀ ପ୍ରକାଶମ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କୁ ନିଃଶୁଳ୍କ ସରକାରୀ ଶିକ୍ଷା, ସମସ୍ତଙ୍କୁ କର୍ମ ନିଯୁକ୍ତି, ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଧାତବ ମୂଲ୍ୟଯୁକ୍ତ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା, ବିସ୍ଥାପନ ବନ୍ଦ ସହ ଦେଶରେ ଫାସିବାଦ ଶାସକ ବର୍ଗ ଜନ ଗଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଆଦି ଦାବି ନେଇ ଏଠାରେ ଆଲୋଚନା କରାଯାଇଥିଲା । ନାଗରିକଙ୍କୁ ପ୍ରମାଣ ଆଳରେ ନିଜ ଦେଶରେ ବିଦେଶୀଭାବେ ଅଟକ ବନ୍ଦି କରିବାର ପ୍ରୟାସ ବିରୁଦ୍ଧରେ ରାଜ୍ୟବ୍ୟାପୀ ଜନଜାଗରଣ ଯାଥା ପାଇଁ ଏହି ସମ୍ମିଳନୀରେ ଆହ୍ୱାନ ଦିଆଯାଇଥିଲା । ଏହି ଯାଥା ଯୁବ ଛାତ୍ର ମିଳିତ ଭାବେ ସମସ୍ତ ଜିଲ୍ଲାରେ ଜନଯାଗରଣ ଅଭିଯୋଗ କରାଇବେ ବୋଲି ଏଠାରେ ସ୍ଥିର ହୋଇଥିଲା । ଆଗାମୀ ୩ ବର୍ଷ ପାଇଁ ୪୫ଜଣିଆ ରାଜ୍ୟ ପରିଷଦ ଓ ୯ ଜଣିଆ କର୍ମକର୍ତ୍ତା ମଣ୍ଡଳୀ ନିର୍ବାଚିତ କରାଯାଇଥିଲା । ସଭାପତି ପ୍ରଦୀପ କୁମାର ସେଠୀ, ଉପସଭାପତି ପରମେଶ୍ୱର ବାରିକ, ରାଜେନ୍ଦ୍ର ନାୟକ, ସତ୍ୟରଂଜନ ମହାନ୍ତି, ସମ୍ପାଦକ ଅବକାଶ ସାହୁ, ସହ ସମ୍ପାଦକ କାମଦେବ ନାହାକ, ତପନ କୁମାର, କୁମାର ଜାନି ଏବଂ କୋଷାଧ୍ୟକ୍ଷ ଭାବେ ହୃଦାନନ୍ଦ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲେ । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷଭାବେ ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ପୃÂ ପୋଷାକ ଗୋକୁଳ ଚନ୍ଦ୍ର ପଣ୍ଡା ଏଠାରେ ବିଦାୟୀ କର୍ମକର୍ତ୍ତା ଓ ଜାତୀୟ ନେତୃତ୍ୱକୁ ସମ୍ବର୍ନ୍ଧିତ କରିଥିଲେ । ବିଦାୟୀ ସଭାପତି ସଦାନନ୍ଦ ସାହୁ, ନବ ନିର୍ବାଚିତ ରାଜ୍ୟ ସଭାପତି ପ୍ରଦୀପ ସେଠୀ ଓ ସମ୍ପାଦକ ଅବକାଶ ସାହୁଙ୍କ ହାତରେ ଦାୟିତ୍ୱ ଅର୍ପଣ କରିବା ପରେ ଏହି ସମ୍ମିଳନୀ ଉଦ୍ୟାପନ କରାଯାଇଥିଲା ।






