Home Bam Crime ଯୋଗିଆପଲ୍ଲୀ ଏକ ଗୋଦାମରୁ ବଡ଼ ଧରଣର ଚୋରୀ, ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ ହୋଇଥିବା...

ଯୋଗିଆପଲ୍ଲୀ ଏକ ଗୋଦାମରୁ ବଡ଼ ଧରଣର ଚୋରୀ, ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ

YouTube video

ସଦରଥାନା ଅନ୍ତର୍ଗତ ଯୋଗିଆପଲ୍ଲୀରେ ଥିବା ଏକ ଗୋଦାମରୁ ବଡ଼ ଧରଣର ଚୋରୀ ହୋଇଛି । କୌଣସି ଦୁର୍ବୁତ୍ତ ଗୋଦାମର ତାଲା ଭାଂଗି ପ୍ରାୟ ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ କରିନେଇଯାଇଥିବା ଅଭିଯୋଗ ହୋଇଛି । ସାବୁନ, ପେଷ୍ଟ, ସର୍ଫ ପାଉଡର, ଗୁଟ୍ଖା, ପାନ ମସଲା ପରି ସାମଗ୍ରୀ ଚୋରୀ ହୋଇଯାଇଥିବା ଗୋଦାମର ମାଲିକ ଶ୍ରୀମନ୍ତ କୁମାର ପାଣିଗ୍ରାହୀ ସୁଚନା ଦେଇଛନ୍ତି । ସଦର ଥାନା ପୋଲିସ ଘଟଣାର ଖବର ପାଇ ଏହାର ତଦନ୍ତ ଜାରି ରଖିଛନ୍ତି ।