ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି, ବିଭିନ୍ନ ସ୍ଥାନରେ ଗାଡି ଯାଂଚ, ପ୍ରଥମ ଦିବସରେ ୧୬୦ଜଣଙ୍କୁ ପ୍ରାୟ ୨ଲକ୍ଷ ଟଙ୍କା ଜରିମାନା ।

YouTube video

ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଥିବାବେଳେ ପ୍ରଥମ ଦିବସରେ ୧୬୦ଜଣ ପ୍ରାୟ ୨ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି । ତେବେ ଏପରି ନିୟମ ସତ୍ୱେ ବହୁ ଗାଡ଼ି ଚାଳକ ନିୟମକୁ ମାନୁନଥିବା ପରିଲକ୍ଷିତ ହୋଇଛି । ଏହି ନିୟମ ଦ୍ୱାରା ସମସ୍ତ ଗାଡ଼ି ଚାଳକଙ୍କ ହେଲ୍ମେଟ, ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ ଯାଂଚ କରାଯାଉଛି । ସେହିପରି ୩ଜଣଙ୍କୁ ବସାଇ ଗାଡ଼ି ଚଳାଇବା, ମୋବାଇଲ୍ ଧରି ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ୪ଚକିଆ ଯାନ ଚଳାଇବାବେଳେ ସିଟ୍ ବେଲ୍ଟ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଉପରେ ଅନୁରୁପ ଜରିମାନା ଆଦାୟ କରାଯିବା ସହ ଯାଂଚକୁ ଦ୍ୱିତୀୟ ଦିବସରେ ମଧ୍ୟ କଡ଼ାକଡ଼ି କରାଯାଇ ଜରିମାନା ଆଦାୟ କରାଯାଇଛି । ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ଓ ଟ୍ରାଫିକ୍ ଥାନାଧିକାରୀ ସୁନୀଲ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭନ୍ନ ଥାନା ସହଯୋଗରେ ଏପରି ଗାଡ଼ି ଯାଂଚ ଜାରି ରହିଛି ।