ସ୍ୱାସ୍ଥ୍ୟ ଚିକିତ୍ସାର ସମାଧାନ ସହ ଶିକ୍ଷା, ବାସଗୃହ ଓ ପରିବେଶ ଜନିତ ସମସ୍ୟାର ସମାଧାନ ଦାବିରେ ମାନବ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧୧ତମ ଘଣ୍ଟଯାତ୍ରା ।

YouTube video

ସ୍ୱାସ୍ଥ୍ୟ ଚିକିତ୍ସାର ସମାଧାନ ସହ ଶିକ୍ଷା, ବାସଗୃହ ଓ ପରିବେଶ ଜନିତ ସମସ୍ୟାର ସମାଧାନ କରିବା ଦାବିନେଇ ମାନବ ଅଧିକାର ସୁରକ୍ଷା ମଂଚ ତରଫରୁ ସୋମବାର ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧୧ତମ ଘଣ୍ଟଯାତ୍ରା ସହ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ପରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଛତ୍ରପୁର ଡାକ୍ତରଖାନାରେ ଖାଲି ପଡ଼ିିଥିବା ଡାକ୍ତର ପଦବୀ ପୁରଣ କରିବା, ନିରାମୟରେ ସମସ୍ତ ଔଷଧ ଯୋଗାଇବା, ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ଯୋଗାଣ, ମଶାରି ଯୋଗାଣ, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳି ନିର୍ମାଣ, ଗର୍ଭବତୀ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରସବ ଗୃହ ନିର୍ମାଣ, କିଡ୍ନି ରୋଗୀଙ୍କ ପାଇଁ ଡାଇଲିସିସ୍ ମେସିନ ସ୍ଥାପନ ସମେତ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକାରୀ କରିବା, ଆଇଆର୍ଇର ମୋନାଜାଇଟ୍ କମ୍ପାନୀକୁ ବନ୍ଦ କରିବା, ଆର୍ଯ୍ୟପଲ୍ଲୀ କତୁରଠାରେ ଦିଆଯାଇଥିବା ୫ଶହ ଘରର ପଟା ପ୍ରଦାନ ସହ ମରାମତି ଓ ଜଳ ଯୋଗାଣ କରିବା ଏବଂ ଜେଟି ନିର୍ମାଣ କରିବା ନେଇ ଏପରି ସ୍ମାରକପତ୍ର ସଂଯୋଜକ ଅବନୀ କୁମାର ଗୟାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ଏଥିରେ ଛତ୍ରପୁର ଶାଖା ସଭାପତି ଗୁରୁଦେବ ବେହେରା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଦଣ୍ଡପାଣୀ ପ୍ରଧାନ, ଇନ୍ଦ୍ର ନାୟକ, ବିକଳେଶ୍ୱର ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।