ବ୍ରହ୍ମପୁରରେ ଅବସ୍ଥିତ ରାଜ୍ୟର ଏକମାତ୍ର ଜେଲ୍ ଟ୍ରେନିଂ ସ୍କୁଲ ଭୂବନେଶ୍ୱର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ, ଗଂଜାମ ଜିଲ୍ଲା ବିକାଶ ମଂଚ ପକ୍ଷରୁ ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ।

YouTube video

ବ୍ରହ୍ମପୁର : ବ୍ରହ୍ମପୁରରେ ଅବସ୍ଥିତ ରାଜ୍ୟର ଏକମାତ୍ର ଜେଲ୍ ଟ୍ରେନିଂ ସ୍କୁଲ ଭୂବନେଶ୍ୱର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରିଛି ବିଭିନ୍ନ ସଂଗଠନ । ଫୋରମ୍ ଫର ଗଂଜାମ ତରଫରୁ ଏହି ନିଷ୍ପତ୍ତିର ବିରୋଧ କରାଯାଇଥିବାବେଳେ ସୋମବାର ଗଂଜାମ ଜିଲ୍ଲା ବିକାଶ ମଂଚ ପକ୍ଷରୁ ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସ୍ୱରୁପ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଏକ ଦାବିପତ୍ର ଆର୍ଡିସିଙ୍କ ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ତୁରନ୍ତ ଏହା ବାତିଲ ନହେଲେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏଥିରେ ସଭାପତି ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ବାଳକୃଷ୍ଣ ପଲେଇ, ମୁଖ୍ୟସଂଯୋଜକ ଡକ୍ଟର ଶିବ ପ୍ରସାଦ ମିଶ୍ର, ପ୍ରଣବ କୁମାର ପଣ୍ଡା ଓ ପ୍ରଦୀପ ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଗଂଜାମ ଜିଲ୍ଲାକୁ ଶ୍ରୀହୀନ କରାଯିବାପାଇଁ ଏପରି ଚକ୍ରାନ୍ତ କରାଯାଉଥିବା ଏଠରେ ମଂଚ ପକ୍ଷରୁ ଅଭିଯୋଗ କରାଯିବାସହ ଏହାର ଦୃଢ଼ ନିନ୍ଦା କରାଯାଇଥିଲା । ୧୯୮୪ ମସିହାରେ ବ୍ରହ୍ମପୁରରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା । ଏହା ମଧ୍ୟରେ ଗତ ୩୬ବର୍ଷ ବିତିଯାଇଥିବାବେଳେ ରାଜ୍ୟର ବିଭିନ୍ନ ଜେଲ୍ରେ କାର୍ଯ୍ୟରତ ୱାର୍ଡର ଓ ସବ୍ ଆସିଷ୍ଟାଣ୍ଟ ଜେଲର୍ଙ୍କୁ ଏଠାରୁ ତାଲିମ ଦିଆଯାଇଛି । ପ୍ରାୟ ୫୦ରୁ ଅଧିକ ବ୍ୟାଚ୍ ପାସ୍ଆଉଟ ହୋଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ନିଯୁକ୍ତି ପାଇଥିବା ୨୨୫ଜଣ ୱାର୍ଡରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ଏପରି ଟ୍ରେନିଂ ସ୍କୁଲ୍କୁ ସ୍ଥାନାନ୍ତର ଉଦ୍ୟମ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଏଠାରେ ଦାବି କରାଯାଇଥିଲା ।