Home Our Berhampur କଳିଂଗ ବୈଶ୍ୟ ମହିଳା ସଂଘର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

କଳିଂଗ ବୈଶ୍ୟ ମହିଳା ସଂଘର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

YouTube video

ଖାସ୍ପାସାହି କନ୍ୟକା ପରମେଶ୍ୱରୀ ମନ୍ଦିର ମଣ୍ଡପରେ କଳିଂଗ ବୈଶ୍ୟ ମହିଳା ସଂଘର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ମହିଳା ସଂଘର ସଭାନେତ୍ରୀଭାବେ ପୁଣି ଥରେ ଜାମୁଲା ସୁଷମା ରାଣୀ, ସମ୍ପାଦିକାଭାବେ ରାଧାରାଣୀ ଚୌଧୁରୀ, ଉପସଭାନେତ୍ରୀଭାବେ କେ.କୁସୁମା, ଯୁଗ୍ମ ସମ୍ପାଦିକାଭାବେ ଭି.ପଦ୍ମଜା ଓ କୋଷାଧ୍ୟକ୍ଷାଭାବେ ଟି.ରିନାଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ୫ଶହ ମହିଳା ସଦସ୍ୟା ଉପସ୍ଥିତ ଥିଲେ । କଳିଂଗ ବୈଶ୍ୟ ଅଂଚଳ ସଭାପତି ଏସ୍.ଚନ୍ଦ୍ର ଶେଖର, ସମ୍ପାଦକ ଏସ୍.ଶିବ ପ୍ରସାଦ, କୋଷାଧ୍ୟକ୍ଷ ଜେ.ରାମଚନ୍ଦ୍ର ପ୍ରମୁଖ ଏଠାରେ ପର୍ଯ୍ୟବେକ୍ଷକଭାବେ ଯୋଗଦେଇଥିଲେ । ଏହି ଅବସରରେ କଳାକାରମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ।