ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଲୋକକଳା ଉତ୍ସବ ଅନୁଷ୍ଠିତ , ପ୍ରହଲ୍ଲାଦ ନାଟକ ସମସ୍ତଙ୍କ ମନ ମୋହିଲା

YouTube video

ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଲୋକକଳା ଉତ୍ସବ – ୨୦୨୦ ରବିବାର ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧ୍ୟକ୍ଷତାରେ ବାଲାଜୀପେଣ୍ଠ ଗୌଡ଼ ସାହି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥିରୂପେ ଯୋଗଦେଇଥିବାବେଳେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ମୁଖ୍ୟବକ୍ତା, ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ଡାକ୍ତର ତିରୁପତି ସାହୁ, ପୂର୍ବତନ କର୍ପୋରେଟର ଦଣ୍ଡପାଣୀ ନାୟକ, ବଦ୍ରିନାରାୟଣ ନାୟକ, ସଂସ୍କୃତିପ୍ରେମୀ କୃଷ୍ଣଚନ୍ଦ୍ର ମହାଂକୁଡ଼, ମାନସ ଭବନ ସଭାପତି ସଂତୋଷ କୁମାର ସୁବୁଦ୍ଧି, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ଶ୍ରୀ ଚୈତନ୍ୟ ମିଶନ୍ର ସାଧୁ ପରମହଂସ ମହାରାଜ ଏହାର ଶୁଭ ଉଦ୍ଘାଟନ କରିଥିବାବେଳେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋସନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ନାଟ୍ୟ ନିର୍ଦେଶକ ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏସ୍.ଆନନ୍ଦ ରାଓ, ବାଲାଜୀ ସାହୁ, ପ୍ରଶାନ୍ତ ସାହୁ, ଗଦାଧର ସାହୁ ଓ ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ କଳାକାରଙ୍କୁ ଏଠାରେ ସମ୍ବର୍ନ୍ଧିତ କରାଯାଇଥିଲା । ସହ ସମ୍ପାଦକ ବଳଦେବ ସାହୁ ପରିଚାଳନା କରିଥିବାବେଳେ ଲକ୍ଷ୍ମୀ ନାରାୟଣ ସାମଲ, ନୀଳମାଧବ ଜେନା,ମହେନ୍ଦ୍ର ସାହୁ, ଭଗବାନ ପାତ୍ର, ମନୋଜ ପାଢ଼ୀ,କୁନୁ ବେହେରା, ପ୍ରଦୀପ ସାହୁ, ସନିଆ ବେହେରା ଓ ଶିବରାମ ସାବତ ପ୍ରମୁଖ ବହୁ କଳାକାର ଜଗତ କଲ୍ୟାଣ ନାମ ସଂକୀର୍ତ୍ତନରେ ନଗର ପରିକ୍ରମା କରିଥିଲେ । ଏଠାରେ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା । ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।