
ଟିମ୍ କ୍ଲିନ୍ ସିଟି ତରଫରୁ ରବିବାର ୭୩ତମ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ସେହିପରି ମହାନଗରର ବିଭିନ୍ନ ଅଂଚଳରେ ପୋଷ୍ଟର ଚିରା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଟିମ୍ କ୍ଲିନ୍ ସିଟିର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ଏପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ଏଠାରେ ଟିମ୍ କ୍ଲିନ୍ ସିଟି ସଦସ୍ୟଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଟିମ୍ କ୍ଲିନ୍ ସିଟିର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।






