ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି, ଟ୍ରାଫିକ ବିଭାଗ ଓ ବିଭିନ୍ନ ଥାନା ପକ୍ଷରୁ ଗାଡ଼ି ଯାଂଚ ।

YouTube video

ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି । ଏହାଦ୍ୱାରା ସମସ୍ତ ଗାଡ଼ି ଚାଳକଙ୍କ ହେଲ୍ମେଟ, ଡ୍ରାଇଭିଂ ଲାଇସେନ୍ସ,ପଲ୍ୟୁସନ ସାର୍ଟିଫିକେଟ ଯାଂଚ କରାଯାଇଛି । ସେହିପରି ୩ଜଣଙ୍କୁ ବସାଇ ଗାଡ଼ି ଚଳାଇବା,ମୋବାଇଲ୍ ଧରି ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ୪ଚକିଆ ଯାନ ଚଳାଇବାବେଳେ ସିଟ୍ ବେଲ୍ଟ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଉପରେ ଅନୁରୁପ ଜରିମାନା ଆଦାୟ କରାଯିବା ସହ ଯାଂଚକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ଓ ଟ୍ରାଫିକ୍ ଥାନାଧିକାରୀ ସୁନୀଲ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭନ୍ନ ଥାନା ସହଯୋଗରେ ରବିବାର ପ୍ରଥମ ଦିବସରେ ଏପରି ଗାଡ଼ି ଯାଂଚ କରାଯାଇଥିଲା ।